ଆମ କାହାଣୀ ଦକ୍ଷତାରେ ଓଡ଼ିଶା ଜ୍ଵଳନ୍ତ ନମୁନା

ଦକ୍ଷତା ବିକାଶ କ୍ଷେତ୍ରରେ ସାମୁହିକ ଭାବେ ସମସ୍ତଙ୍କୁ ଉଚିତ ରାସ୍ତା ଦେଖାଇବା ଏବଂ ରାଜ୍ୟରେ ବିଭିନ୍ନ ବିଭାଗ ଦ୍ଵାରା ଆୟୋଜିତ ହେଉଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସଡିଏ) ଗଠନ କରାଯାଇଛି। ଓଏସଡିଏ ଗୋଟିଏ ବୃହତ ଲକ୍ଷ୍ୟ ନେଇ ଆଗକୁ ବଢୁଛି। ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ କରି ରାଜ୍ୟର ମାନବ ସମ୍ବଳ କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିବା ସହ 'ସ୍କିଲ୍ଡ ଇନ୍ ଓଡିଶା'କୁ ବିଶ୍ଵସ୍ତରୀୟ ବ୍ରାଣ୍ଡରେ ପରିଣତ କରିବା ପାଇଁ ଏହା କାର୍ଯ୍ୟ କରୁଛି। ଆଗାମୀ ୨ ବର୍ଷ ମଧ୍ୟରେ ୬.୭ ଲକ୍ଷ ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ କରିବାକୁ ଲକ୍ଷ୍ୟ ରଖିଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ୨୦୧୬, ଜୁନ ୧୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ୧୮ ମାସର ରୋଡମ୍ୟାପ ଉନ୍ମୋଚନ କରିଥିଲେ।

18 ମାସର ନକ୍ସା (ଯୋଜନା)

ସ୍କିଲ୍ଡ-ଇନ୍-ଓଡିଶା

01

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ, ଦକ୍ଷତା ସମ୍ପର୍କିତ ସମସ୍ତ ଯୋଜନା ଏବଂ କାର୍ଯ୍ୟକ୍ରମ ଗୁଡିକର ସୁପରିଚାଳନା ପାଇଁ ସମସ୍ତ ପ୍ରକାର ନିର୍ଦ୍ଦେଶ ଦେବା ସହିତ ଦାୟିତ୍ବ ବହନ କରିବ।

02

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଜିଲ୍ଲାସ୍ତରରେ ଗଠିତ ହେବ। ସେହି କ୍ରମରେ ଜିଲ୍ଲାସ୍ତରରେ କାର୍ଯ୍ୟାଳୟ ଖୋଲି ପାରିବ। ଜିଲ୍ଲାପାଳମାନଙ୍କ ନିୟନ୍ତ୍ରଣରେ ଏହି କାର୍ଯ୍ୟାଳୟ ରହିବ। ପ୍ରତି ୩ ମାସରେ ନିଜନିଜ ଜିଲ୍ଲାରେ ଥିବା ଶିଳ୍ପ ତାଲିମ କେନ୍ଦ୍ର(ଆଇଟିଆଇ)ର କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିବେ।

03

ରାଜ୍ୟରେ ଥିବା ୪୪ଟି ସରକାରୀ ଶିଳ୍ପ ତାଲିମ କେନ୍ଦ୍ର(ଆଇଟିଆଇ) ଗୁଡିକୁ ସୁଦୃଢ କରାଯିବ। ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯିବା ସହିତ ଉତ୍ତରଦାୟୀ କରାଯିବ।

04

ଶିଳ୍ପ ତାଲିମ କେନ୍ଦ୍ର ଗୁଡିକର ଶିକ୍ଷକମାନଙ୍କୁ ଆବଶ୍ୟକ ତାଲିମ ଦେବା ଉପରେ ଗୁରୁତ୍ବ ଦିଆଯିବ। ବିଭିନ୍ନ ଶିଳ୍ପ ତାଲିମ କେନ୍ଦ୍ର(ଆଇଟିଆଇ)ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ଭାବନ ଓ ପ୍ରତିଦ୍ୱନ୍ଦିତା ମୂଳକ ପରିବେଶ ସୃଷ୍ଟି କରାଯିବ।

05

ପ୍ରତ୍ୟେକ ଶିଳ୍ପ ତାଲିମ କେନ୍ଦ୍ର(ଆଇଟିଆଇ) ଚିହ୍ନିତ ଜିଲ୍ଲା ସହ ସଂଯୁକ୍ତ ହୋଇ ରହିବ; ଯାହା ଫଳରେ ନିଜର ସ୍ଵତନ୍ତ୍ରତା ବଜାୟ ରଖିବା ସହ ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇପାରିବ।

06

ଛାତ୍ରଛାତ୍ରୀମାନେ ଉତ୍ପାଦନ ପରିଚାଳନା ଏବଂ ଇଣ୍ଟରନେଟ ସମ୍ପର୍କରେ ସମ୍ପୂର୍ଣ୍ଣ ଶିକ୍ଷାଲାଭ କରିବେ।

07

ବୈଷୟିକ କ୍ଷେତ୍ରରେ ସ୍ବତନ୍ତ୍ର ଦକ୍ଷତା ଅର୍ଜ୍ଜନ କରିଥିବା ଓଡିଆଙ୍କ ପାଇଁ "ଟିଚ ଫର ଓଡିଶା" ନାମକ ଏକ ସ୍ବେଚ୍ଛାକୃତ ଯୋଜନାର ଶୁଭାରମ୍ଭ କରାଯିବ। ଏହା ମାଧ୍ୟମରେ ସେମାନେ ବିଭିନ୍ନ ଆଇଟିଆଇମାନଙ୍କରେ ୩ମାସରୁ ୬ମାସ ପର୍ଯ୍ୟନ୍ତ ରହିବା ସହ ଶିକ୍ଷାଦାନ କରି ସେମାନଙ୍କ ସ୍ଵପ୍ନ ପୂରଣ କରିବା ସହ ରାଜ୍ୟରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବେ।

08

ସ୍ବତନ୍ତ୍ର ଡ୍ରାଇଭ୍/କାର୍ଯ୍ୟକ୍ରମ ମାଧ୍ୟମରେ ବାଳିକାମାନଙ୍କୁ ଅଧିକ ସଂଖ୍ୟାରେ ବୈଷୟିକ ତାଲିମ ପ୍ରତିଷ୍ଠାନମାନଙ୍କରେ ନାମ ଲେଖାଇବା ପାଇଁ ଉଦ୍ୟମ କରାଯିବ। ୨୦୨୦ ସୁଦ୍ଧା ଶିଳ୍ପ କେନ୍ଦ୍ରମାନଙ୍କରେ ଛାତ୍ରୀଙ୍କ ହାର ୫୦ ପ୍ରତିଶତରେ ପହଞ୍ଚାଇବା ପାଇଁ ଉଦ୍ୟମ କରାଯିବ; ଯାହାକି ଅନେକ ଇଂଞ୍ଜିନିୟରିଂ କଲେଜ ମାନଙ୍କରେ ବର୍ତ୍ତମାନ କାର୍ଯ୍ୟକାରୀ କରାଯାଉଛି।

09

ଏସିଆନ୍ ଡେଭଲ୍ପମେଣ୍ଟ ବ୍ୟାଙ୍କର ୧୦୦୦ କୋଟି ଟଙ୍କା ସହାୟତାରେ ରାଜ୍ୟରେ ୮ଟି ନୂଆ ଅତ୍ୟାଧୁନିକ ତାଲିମ ଅନୁଷ୍ଠାନ ପ୍ରତିଷ୍ଠା କରାଯିବ। ଏହା ରାଜ୍ୟର ଶିଳ୍ପ ତାଲିମ ପ୍ରତିଷ୍ଠାନ ଗୁଡିକୁ ବିକାଶ ପାଇଁ ପ୍ରେରଣା ଯୋଗାଇବ।

10

ରାଜ୍ୟରେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଥିବା ସଂସ୍ଥାମାନଙ୍କ ମଧ୍ୟରୁ ୫ଟି ସଂସ୍ଥାକୁ ଅଶିଂଦାର ଭାବେ ଚୟନ କରାଯିବ। ସେମାନେ ୯୦ଦିନ ମଧ୍ୟରେ ୫ଟି ଭଲ ପ୍ରସ୍ତାବ ଦେବେ; ଯାହା ଦ୍ଵାରା ୧୦ ଗୁଣା ଅଧିକ ସ୍ବତନ୍ତ୍ର ତାଲିମର ସୁଯୋଗ ସୃଷ୍ଟି କରି ହେବ। ଏହା ଫଳରେ ଅଧିକ ଯୁବକ ଯୁବତୀ ତାଲିମ ନେଇ ପାରିବେ।

11

ଦକ୍ଷତା ତାଲିମ ନେଉଥିବା ଯୁବଗୋଷ୍ଠୀଙ୍କ ଜୀବନଶୈଳୀରେ ନିଶ୍ଚିତ ଭାବେ ଉନ୍ନତି ଆସିବ। ସେମାନେ ଆଉ ଚଟାଣରେ ଶୋଇବେ ନାହିଁ କି ତଳେ ବସି ଖାଇବେ ନାହିଁ ଏବଂ ଅସ୍ଵାସ୍ଥ୍ୟକର ପରିବେଶରେ ସେମାନଙ୍କୁ ରହିବାକୁ ପଡିବ ନାହିଁ।

12

ଚଳିତ ବର୍ଷ ସଫଳ କ୍ଷୁଦ୍ର ଓ ମଧ୍ୟମ ସ୍ତରର ଉଦ୍ୟୋଗୀଙ୍କ ସହାୟତାରେ ପରୀକ୍ଷାମୂଳକ ଭାବେ ତିନୋଟି ଜିଲ୍ଲାରେ ଗୋଟିଏ ନୂଆ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯିବ; ଯାହା ପରେ ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଏହା ଦ୍ଵାରା ନୂଆ ଉଦ୍ୟୋଗୀଙ୍କ ସହ ପରିଚୟ ହେବା ସହିତ ସେମାନେ ଅନେକ କିଛି ଶିଖି ପାରିବେ।

13

ରାଜ୍ୟ ସରକାରଙ୍କ ଦକ୍ଷତା ତାଲିମ କାର୍ଯ୍ୟକ୍ରମରେ ପୂର୍ବରୁ ତାଲିମ ପାଇ ରାଜ୍ୟରେ ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ସରକାରଙ୍କ ଅନୁଦାନରେ ଚାଲୁଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମଗୁଡିକରୁ ଦକ୍ଷତାପ୍ରାପ୍ତ କୁଶଳୀ ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦେଇପାରିବେ।

14

ଯେଉଁମାନେ ଦକ୍ଷତା ତାଲିମ ସଫଳତାର ସହିତ ସମାପ୍ତ କରିଥିବେ, ସେମାନଙ୍କୁ ଏକ ବର୍ଷ ପାଇଁ ୧ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ଓ ଜୀବନ ବୀମା ସୁବିଧା ପ୍ରଦାନ କରାଯିବ।

15

କୌଣସି ବ୍ୟକ୍ତି ଗୋଟିଏ ଟ୍ରେଡରେ ଦୁଇ ବର୍ଷ କାର୍ଯ୍ୟ କରିବାପରେ ତାଙ୍କ ଇଚ୍ଛାରେ ଆଉ ଗୋଟିଏ ଟ୍ରେଡରେ ଅଧିକ ତାଲିମ ନେଇପାରିବେ। ଯେଉଁଥିରେ ନୂଆ ଷ୍ଟାର୍ଟ ଅପ ଶିଳ୍ପକୁ ଉତ୍ସାହିତ କରିବା ଉଦ୍ୟୋଗୀ ବିକାଶ ପାଠ୍ୟକ୍ରମ ସାମିଲ ରହିଛି।

16

ହାଇସ୍କୁଲ ସ୍ତରର ପାଠ୍ୟକ୍ରମରେ ଧନ୍ଦାମୂଳକ ଶିକ୍ଷାକୁ ସାମିଲ କରାଯିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଖୁବଶିଘ୍ର ଏହି ନୂତନ ପାଠ୍ୟକ୍ରମ ସଂମ୍ପର୍କରେ ଘୋଷଣା କରାଯିବ।

17

‘ସ୍କିଲ୍ଡ ଇନ୍ ଓଡ଼ିଶା’ ପ୍ରତି ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ମଧ୍ୟରେ ବ୍ୟାପକ ପ୍ରଚାର କରାଯିବ, ଏହା ଫଳରେ ଅଧିକ ସଂଖ୍ୟକ ଯୁବଗୋଷ୍ଠୀ ଦକ୍ଷତା ତାଲିମ ପାଇଁ ଆଗ୍ରହ ପ୍ରକାଶ କରିବେ। ସେହିପରି ଓଡିଶାରେ ଦକ୍ଷ ମାନବ ସମ୍ବଳ ସ୍ଥିତି ସମ୍ପର୍କରେ ବିଶ୍ବସ୍ତରରେ ବ୍ୟାପକ ପ୍ରଚାର କରାଯିବ। ଏହିଭଳି ପ୍ରଚାର ଫଳରେ ଦକ୍ଷତା ତାଲିମ ପାଇଥିବା ଯୁବଗୋଷ୍ଠୀଙ୍କ ପାଇଁ ଦେଶ ବିଦେଶରେ ଅଧିକ ସଂଖ୍ୟାରେ ନିଯୁକ୍ତିର ସୁଯୋଗ ସୃଷ୍ଟିହେବ।

18

ଦେଶର ଯେକୌଣସି ଅଞ୍ଚଳରେ ଅଧିକ ସଂଖ୍ୟକ ଓଡିଆ ଶ୍ରମିକ କାମ କରୁଥିବା ସ୍ଥାନରେ, ସେମାନଙ୍କ ଅସୁବିଧା ଓ ଦୁଃସମୟରେ ତାଙ୍କ ପାଖରେ ଛିଡା ହେବା ପାଇଁ ସେଠାରେ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଏମ୍ବାସୀ ଖୋଲାଯିବ।

19

ସହଜ ଉପାୟରେ ଗୋଟିଏ ସରକାରୀ-ଘରୋଇ ଆଧାରରେ ପାଣ୍ଠି ସୃଷ୍ଟି କରାଯିବ। ସେହି ପାଣ୍ଠିରୁ ସମ୍ପୃକ୍ତ ଜିଲ୍ଲାପାଳ ଏବଂ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ୩୦ଟି ଜିଲ୍ଲାସ୍ତରୀୟ ପ୍ରକଳ୍ପକୁ ଏକ ଲକ୍ଷଟଙ୍କାର ଋଣ ମଞ୍ଜୁର କରିପାରିବେ। ଏହି ଯୋଜନା ମାଧ୍ୟମରେ ଆସନ୍ତା ୩ ବର୍ଷ ଭିତରେ ଜିଲ୍ଳାସ୍ତରୀୟ ଉଦ୍ୟୋଗୀଙ୍କ ସଂଖ୍ୟା ୧୦୦୦କୁ ବୃଦ୍ଧି କରାଯିବ।

20

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ଏକ ୱେବସାଇଟ ବିକାଶ କରାଯିବ। ଏଥିରେ ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ରାଜ୍ୟରେ ଦକ୍ଷତା ତାଲିମ ପ୍ରଦାନ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଓ ପ୍ରଦାନ କରାଯାଇଥିବା ବୃତ୍ତିଗତ ସୁବିଧା ସମ୍ପର୍କରେ ସମସ୍ତ ତଥ୍ୟ ସ୍ଥାନୀତ ହେବ। ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ କେନ୍ଦ୍ରୀୟ ଯୋଜନା ଗୁଡିକର ସମସ୍ତ ସୁବିଧା ନେବ। ଫଳରେ କେନ୍ଦ୍ର ସରକାର କ୍ରିୟାଶୀଳ ହେବା ସହିତ ଦକ୍ଷତା ବିକାଶ ଓ ବିଭିନ୍ନ କ୍ଷେତ୍ରରେ ଓଡିଶାକୁ ଉଦ୍ୟୋଗ ବିକାଶ ଅଂଶିଦାର ଭାବେ ଗ୍ରହଣ କରିବାକୁ ପସନ୍ଦ କରିବେ।

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।